ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ବିକ୍ରି ଲାଗି ଉଦ୍ଦିଷ୍ଟ କଶ୍ମୀର ସେଓ ଓ ସେଓ ପେଟିରେ ‘ଆମକୁ ସ୍ୱାଧୀନତା ଆବଶ୍ୟକ’, ‘ମତେ ବୁରହାନ୍‌ ୱାନି ପସନ୍ଦ’ ଓ ‘ଜାକିର ମୁସା ଫେରି ଆସ’ ଭଳି ସ୍ଲୋଗାନ୍‌ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଫଳ ବିକ୍ରେତା କହିଛନ୍ତି ଆତଙ୍କବାଦୀଙ୍କ ସ୍ଲୋଗାନ୍‌ କାରଣରୁ ଲୋକମାନେ ଏହି ସେଓ କିଣିବାକୁ ମନା କରୁଛନ୍ତି। ଏହାକୁ ନେଇ ସେଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେଓ ବ୍ୟବସାୟରେ ବାଧା ସୃଷ୍ଟି ପାଇଁ ଏହା ପାକିସ୍ତାନର ଷଡ଼ଯନ୍ତ୍ର ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।