ସେକ୍ସି ଷ୍ଟାରର ମାନ୍ୟତା ପାଇଲେ ଟିଭି ଅଭିନେତ୍ରୀ ନିୟା ଶର୍ମା

ମୁମ୍ବାଇ : ଛୋଟ ପରଦାର ଅଭିନେତ୍ରୀ ନିୟା ଶର୍ମା ନିଜର ବୋଲ୍ଡ ଅନ୍ଦାଜ ପାଇଁ ବେଶ ପରିଚିତ। ହଟ୍‌ ଫଟୋ ପାଇଁ ସେ ସବୁବେଳେ ଚର୍ଚ୍ଚାରେ। ଏକ ହଜାରୋ ମୈ ମେରି ବେହେନା ହେ ଓ ଜମାଇ ରାଜା ଭଳି ସିରିଏଲରେ ଅଭିନୟ କରି ନିୟା ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଅନେକ ଶୁଣି ଆଶ୍ଚର୍ଯ୍ୟ ହେବେ ନିୟାଙ୍କୁ ଏସିଆର ସବୁଠୁ ସେକ୍ସି ଷ୍ଟାରର ମାନ୍ୟତା ମିଳିଛି।

୧୯୯୦ ମସିହା ସେପଟେମ୍ବର ୧୭ ତାରିଖରେ ନିୟାଙ୍କ ଜନ୍ମ। ୨୯ ବୟସ୍କା ଏହି ଅଭିନେତ୍ରୀ ସବୁବେଳେ କିଛି ନା କିଛି କାରଣ ପାଇଁ ବିବାଦରେ ରହିଛନ୍ତି। କେବେ ନିଜ ୱେବ୍‌ ସିରିଜତ ଆଉ କେତେବେଳେ ନିଜ ପରିଧାନ ଶୈଳୀକୁ ନେଇ। ତାଙ୍କର ଅଲ୍‌ଟ୍ରା ମଡର୍ଣ୍ଣ ପୋଷାକ ସବୁବେଳେ ହିଟ୍‌। ନିୟା ଟିଭି ଜଗତର ଫ୍ୟାସନ ଡିଭା ଭାବେ ମଧ୍ୟ ପରିଚିତ। ଦିଲ୍ଲୀର ଜଗନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେନେଜମେଣ୍ଟ ଷ୍ଟଡିଜ୍‌ରୁ ସେ ସ୍ନାତକ କରିଛନ୍ତି। ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଥିବାରୁ ପ୍ରତ୍ୟେକ ଦିନ ନିୟା ନିଜର ହଟ୍‌ ଫଟୋ ଇନ୍‌ଷ୍ଟାରେ ପୋଷ୍ଟ କରନ୍ତି। ଯାହାକୁ ଦେଖି ଯୁବପିଢୀଙ୍କ ମଧ୍ୟରେ ନିୟାଙ୍କ କ୍ରେଜ୍‌ ବହୁମାତ୍ରାରେ ଦେଖିବାକୁ ମିଳେ। ଏହାଛଡା ବିଶ୍ଵର କୋଣ ଅନୁକୋଣରୁ ଦର୍ଶକ ତାଙ୍କୁ ମଧ୍ୟ ଫଲୋ କରନ୍ତି।

ମତାମତ ଦିଅନ୍ତୁ ।