Wed. Dec 11th, 2019

ସେକ୍ସ ରାକେଟ୍‌: ଆପତ୍ତିଜନକ ଅବସ୍ଥାରେ ଯୁବକ-ଯୁବତୀ ଗିରଫ

ନୂଆଦିଲ୍ଲୀ : ମେରଠ ସହରର ଗଙ୍ଗାନଗର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଦୁଇଟି ରୁମରୁ ଆପତ୍ତିଜନକ ଅବସ୍ଥାରେ ଥିବା ୪ ଜଣ ଯୁବକ-ଯୁବତୀଙ୍କୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ ଗଙ୍ଗାନଗର ଅଞ୍ଚଳରେ ଥିବା ପୋଶ୍ କଲୋନୀରେ ସେକ୍ସ ରାକେଟ୍‌ ଚାଲିଥିବା ଖବର ମିଳିଥିଲା। ରେଡ୍ ଲାଇଟ୍ ଅଞ୍ଚଳର କବାଡି ବଜାର ବନ୍ଦ ହେବା ପରେ ଚାଲୁଥିଲା ଦେହ ବ୍ୟବସାୟ। ମଙ୍ଗଳବାର ପୋଲିସ ଏବଂ ଏଏଚଟିୟୁ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ ଘରର ଦୁଇଟି ରୁମ୍‌ରୁ ଦୁଇଜଣ ଯୁବତୀ ଓ ଦୁଇ ଯୁବକଙ୍କ ସମେତ ଜଣେ ଦଲାଲଙ୍କୁ ଗିରଫ କରିଛି। ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା । ଏହାସହ ଘର ଭଡା ସୂତ୍ରରେ ନେଇଥିବା ମହିଳା ଦଲାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଜାଗୃତି ବିହାର, ଶାସ୍ତ୍ରୀନଗର, ପଲ୍ଲଓ୍ବପୁରମ୍, ଲାଲକୁର୍ତ୍ତି କଲୋନୀରେ ମଧ୍ୟ ଚାଲିଥିବା ସେକ୍ସ ରାକେଟ୍ ର ପୋଲିସ ପର୍ଦ୍ଦାଫାଶ କରିଛି।

Leave a Reply

Your email address will not be published. Required fields are marked *