Wed. Dec 11th, 2019

ସେକ୍ସ ରାକେଟ ଉପରେ ମ୍ୟାନେଜରଙ୍କ ବୟାନ : ଝିଅମାନଙ୍କୁ ୧ ଘଣ୍ଟା ପାଇଁ ୨୫୦୦ ଟଙ୍କା ଓ ନାଇଟ ଷ୍ଟାଣ୍ଡ ପାଇଁ ୫୦୦୦ ଟଙ୍କା ଦିଆଯାଉଥିଲା

ନୂଆଦିଲ୍ଲୀ : ମୀରୁଟର ଶାସ୍ତ୍ରିନଗର ସେଣ୍ଟ୍ରାଲ ମାର୍କେଟ ବେପାର ସଂଘର ପୂର୍ବତନ ମହାମନ୍ତ୍ରୀ ବିନୋଦ ଆରୋରାଙ୍କ ସାହିଲ ହୋଟେଲରେ ସେକ୍ସ ରାକେଟ୍  ଧରାପଡିଛି । ହୋଟେଲର ମ୍ୟାନେଜର ଅଶୋକ କୁମାର ପୋଲିସ ପଚରାଉଚରା କଲାବେଳେ କହିଥିଲେ ଯେ, ଦୁଇ ବର୍ଷ ହେବ ହୋଟେଲକୁ ଝିଅମାନଙ୍କୁ ଅନ୍ ଡିମାଣ୍ଡରେ ଡକାଯାଉଥିଲା । ଏଠାରେ ଗୋଟେ ଘଣ୍ଟା ପାଇଁ ୨୫୦୦ ଟଙ୍କା ଓ ନାଇଟ ଷ୍ଟାଣ୍ଡ ପାଇଁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅସୁଲ କରାଯାଉଥିଲା। ସାହିଲ ହୋଟେଲରରୁ ଶହରର ପାଖାପାଖି ୧୦ରୁ ୧୨ଟି ହୋଟେଲକୁ ଝିଅଙ୍କୁ ସପ୍ଲାଇ କରାଯାଉଥିଲା। ଏହି ଘଟଣା ପରେ ପୋଲିସ ସହରର ବହୁ ବଡ ବଡ ହୋଟେଲକୁ ନିଜ ରାଡାରରେ ଆାଣିଛି। ସିଓ ସଞ୍ଜୀବ ଦେଶଓ୍ବାଲ ଓ ଏଏଚଟିୟୁ ଇନ୍ସପେକ୍ଟର ବୃଜେଶ କୁମାର ଶାସ୍ତ୍ରିନଗର ସେଣ୍ଟ୍ରାଲ ମାର୍କେଟରେ ଚଢାଉ କରି ସେକ୍ସ ରାକେଟର ପର୍ଦାଫାଶ କରିଛନ୍ତି। ଏଥିରେ ସାହିଲ ସହିତ ମ୍ୟାନେଜର ଓ ସେକ୍ସ ରାକେଟର ପରିଚାଳକ ତଥା ନେପାଳର ଅଶୋକ କୁମାର, ଦ୍ବିତୀୟ ପରିଚାଳକ ସଞ୍ଜୟ, ଗ୍ରାହକ ନୀରଜ, ସୁନିଲ, ଅଭିଷେକ, ମନୋଜ ଏବଂ ଦୁଇଜଣ ଯୁବତୀଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି।

ସେହିଭଳି ସହରର ପ୍ରାୟ ୧୩ ଜଣ ଝିଅଙ୍କ ଫଟୋ ପୋଲିସକୁ ମିଳିଛି। ଗ୍ରାହକଙ୍କୁ ହ୍ବାଟସଆପ କଲରେ ହୋଟେଲ ରୁମ୍ ବୁକ୍ କରାଯାଉଥିଲା। ବହୁବାର ଗ୍ରାହକଙ୍କ ସହିତ ମଧ୍ୟ ସେମାନେ ଆସୁଥିଲେ, ଯେଉଁଥିପାଇଁ ଲୋକମାନେ ଫାମିଲି ଆସୁଥିଲେ ବୋଲି ଭାବୁଥିଲେ। ଏସବୁ ଘଟଣା ହୋଟେଲର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ହୋଟେଲରେ ଗତ ୩ ମାସ ହେବ ଯେଉଁ ଲୋକମାନେ ରହୁଥିଲେ, ତାଙ୍କର ନାମ ଏବଂ ଠିକଣା ସବୁ ନକଲି ବୋଲି ଜଣାପଡିଛି । ସେକ୍ସ ରାକେଟକୁ ପରିଚାଳିତ କରୁଥିବା ଅଶୋକ କୁମାର ଓ ସଞ୍ଜୟ ପୋଲିସକୁ କହିଛି ଯେ, ହୋଟେଲକୁ ଯେଉଁ ଝିଅମାନେ ଅଣାଯାଉଥିଲେ ତାଙ୍କୁ ଭିନ୍ନ ଭିନ୍ନ ରୁମ୍ ଦିଆଯାଉଥିଲା। ଯେଉଁଠାରୁ ସେମାନେ ଅନ ଡିମାଣ୍ଡ ସହରର ଅନ୍ୟ ହୋଟେଲକୁ ପଠାଯାଉଥିଲେ। ପ୍ରାୟ ୧୨ଟିରୁ ଅଧିକ ହୋଟେଲର ନାମ ଅଶୋକ କୁମାର ପୋଲିସକୁ ପଚରାଉଚରା ବେଳେ କହିଥିଲେ। ମ୍ୟାନେଜର ୧ ମାସରେ ୭୦ରୁ ଅଧିକ ଲୋକଙ୍କୁ ଫୋନ୍ କରିଛନ୍ତି। ମୋବାଇଲ ସିଡିଆର ଉପରେ ପୋଲିସ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *