ସେନାବାହିନୀର ଯୁଦ୍ଧାସ୍ତ୍ରରେ ସାମିଲ ହେଲା ଆମେରିକା କମାଣ

ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀ ଆଜି ଯୁଦ୍ଧାସ୍ତ୍ରରେ ଆମେରିକା ଦ୍ୱାରା ନିର୍ମିତ ସର୍ବାଧୁନିକ କମାଣ (ଏକ୍ସକାଲିବର ଆର୍ଟିଲାରି)କୁ ସାମିଲ କରିଛି। ଏହା ହେଉଛି ଲେଜର ଗାଇଡେଡ୍‌ ବା ଜିପିଏସ୍‌ ଦ୍ୱାରା ପରିଚାଳିତ କମାଣ। ଯେଉଁଠାରେ ଲକ୍ଷ୍ୟଭେଦ ପାଇଁ ଟାର୍ଗେଟ ଦିଆଯାଇଥିବ ବା ଜିପିଏସ୍‌କୁ ଫିକ୍ସ କରା ଯାଇଥିବ ସେଇ ଟାର୍ଗେଟକୁ ଭେଦ କରିବ। ଆବଶ୍ୟକ ସ୍ଥଳେ ଏହାକୁ ଘନ ଜନବସତି ଅଞ୍ଚଳରେ ସେନା ବ୍ୟବହାର କରିପାରିବ। ଏହାଛଡା ଏହି କମାଣର ଆଉ ଏକ ବିଶେଷତ୍ୱ ହେଲା ୫୦ କିଲୋମିଟର ଦୂରରୁ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ଉଭୟ ସ୍ଥଳ ଓ ଆକାଶ ପଥରୁ ଏହାକୁ ନିକ୍ଷେପ କରାଯାଇ ପାରିବ।

ମତାମତ ଦିଅନ୍ତୁ ।