ସେପ୍ଟେମ୍ବର ମାସର ପ୍ରଥମ କାର୍ଯ୍ୟଦିବସରେ ସକାଳ୯ଟାରେ ଖୋଲିବ ବ୍ୟାଙ୍କ

ନୂଆଦିଲ୍ଲୀ : ମାସର ପ୍ରଥମ କାର୍ଯ୍ୟଦିବସରେ ସମସ୍ତ ସରକାରୀ ଓ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ସକାଳ୯ଟାରେ ଖୋଲିବ। ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବାର ସମୟ ସମାନ କରିବାକୁ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଯେ ଜୁନ୨୪ରେ ଗ୍ରାହକଙ୍କ ସୁବିଧା ପାଇଁ ଗଠିତ ଆଇବିଏ ଉପକମିଟିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ପ୍ରସ୍ତାବ ଦେଇଥିଲା। ପ୍ରଥମ ସକାଳ୯ଟାରୁ ଅପରାହ୍ନ ୩ଟା, ଦ୍ଵିତୀୟ ୧୦ଟାରୁ ଅପରାହ୍ନ ୪ଟା ଓ ତୃତୀୟ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। କିନ୍ତୁ ସକାଳ ୯ଟାରୁ ବ୍ୟାଙ୍କ ଖୋଲିବା ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା। ଏହି ନିଷ୍ପତ୍ତି ସେପ୍ଟେମ୍ବର ୧ରୁ ସମସ୍ତ ସରକାରୀ ବ୍ୟାଙ୍କ ତଥା କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ଉପରେ ଲାଗୁ ହେବ। ମାତ୍ର ଆସନ୍ତା କାଲି ରବିବାର ପଡୁଥିବାରୁ ପରବର୍ତ୍ତୀ କାର୍ଯ୍ୟଦିବସରେ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।