ସେପ୍ଟେମ୍ବର ୧ରୁ ୩ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ପହିଲାରୁ ୩ ତାରିଖ ଯାଏ ବ୍ୟାଙ୍କ ଛୁଟି। ତେଣୁ ଗ୍ରାହକମାନେ ଆଗୁଆ କାମ ସାରିଦେବା ଉଚିତ। କାରଣ ସେପ୍ଟେମ୍ବର ୧ରବିବାର ବ୍ୟାଙ୍କ ଛୁଟି ରହିବ। ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ଅର୍ଥାତ ସେପ୍ଟେମ୍ବର ୩ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହିପରିଭାବେ ଲଗାତାର ୩ଦିନ ଛୁଟି ରହୁଥିବାରୁ ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦି ଏଟିଏମ ଗୁଡ଼ିକରେ ଯଥେଷ୍ଟ ଟଙ୍କା ଭର୍ତ୍ତି ନକରାଯାଏ ତେବେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେବେ।

ମତାମତ ଦିଅନ୍ତୁ ।