ସେପ୍ଟେମ୍ବର ୧ରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ଵର : ଆସନ୍ତା ମାସ ୧ ତାରିଖରେ ବିଜୁ ଜନତା ଦଳ (ବିଜେଡି)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବ। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ହେବାକୁ ଥିବା ଏହି ବୈଠକ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ସଦସ୍ୟ‌ା, ନବନିର୍ବାଚିତ ଦଳୀୟ ବିଧାୟକ, ବିଧାୟିକା, ସାଂସଦ, ରାଜ୍ୟ କାର୍ଯ୍ୟକର୍ତ୍ତା, ଦଳର ଛାମୁଆ ସଂଗଠନର ମୁଖ୍ୟ, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ବୈଠକରେ ମୁଖ୍ୟତଃ ସାଂଗଠନିକ କାର୍ଯ୍ୟକ୍ରମ ତଥା ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ଆଲୋଚନ କରାଯିବ। ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ସଭାପତି ଶ୍ରୀ ପଟ୍ଟନାୟକ ଦଳର କର୍ମକର୍ତ୍ତମାନଙ୍କୁ ଆହ୍ଵାନ ଦେବେ। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ତଥା ବରି‌ଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦୁଇ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ। ଗତ ଥର ବିଜେଡି ସଦସ୍ୟ ସଂଖ୍ୟା ୪୬ରୁ ୪୭ ଲକ୍ଷ ରହିଥିଲା। ଏଥର ଏହା ୫୦ ପ୍ରତିଶତ ବଢ଼ିପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ମତାମତ ଦିଅନ୍ତୁ ।