Wed. Dec 11th, 2019

ସେପ୍ଟେମ୍ବର ୫ରୁ ଆରମ୍ଭ ହେବ ଜିଓ ଫାଇବର ସେବା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜିଓ ଫାଇବର ସେବା ସମ୍ପର୍କରେ ଆଜି ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୫ରୁ ଏହାର ବାଣିଜ୍ୟିକ ସେବା ଆରମ୍ଭ ହେବ। ୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୬୦୦ ସହରର ଦେଢ଼କୋଟି ବ୍ୟାବସାୟିକ ସଂସ୍ଥାକୁ ସେବା ଯୋଗାଣ କରିବ। ଜିଓ ଗିଗା ଫାଇବର ସେବାରେ ୩ଟି ପ୍ଲାନ୍‌ ଓ ୩ଟି ମୁଖ୍ୟ ସୁବିଧା ରହିବ। ମାଗଣା ଇନ୍‌ଷ୍ଟଲେସନ ସହ ଜିଓ ସେଟ୍‌ଟପ୍‌ ବକ୍ସରେ ଭିଡିଓ କଲିଂ ସୁବିଧା ମିଳିବ ବୋଲି ମୁକେଶ ସୂଚନା ଦେଇଛନ୍ତି।

ଜିଓ ଗିଗା ଫାଇବରର ତିନିଟି ପ୍ଲାନ
ମାସିକ ୫୦୦ ଟଙ୍କାରେ ମିଳିବ ୧୦୦ ଏମବିପିଏସ ସ୍ପିଡ୍‌ର ଇଣ୍ଟରନେଟ୍‌।
ମାସିକ ୬୦୦ ଟଙ୍କାରେ ମିଳିବ ବ୍ରଡ୍‌ବ୍ୟାଣ୍ଡ, ଡିଟିଏଚ ଓ ଟିଭି ସେବା।
ମାସିକ ୧୦୦୦ ଟଙ୍କାରେ ମିଳିବ ବ୍ରଡ୍‌ବ୍ୟାଣ୍ଡ, ଡିଟିଏଚ, ଟିଭି ଓ ଲ୍ୟାଣ୍ଡଲାଇନ୍‌ ସେବା ।

Leave a Reply

Your email address will not be published. Required fields are marked *