ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : କୋଭିଡ କଟକଣାକୁ ମାନି ଆଜି ସେବା ଫାଉଣ୍ଡେସନର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋମବାର ରାଜ୍ୟ ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ସେବାର ଉପସଭାପତି ବିସ୍ମୟ ରାଉତ, ସୁଶୀଲକାନ୍ତ ପ୍ରଧାନ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଉପସ୍ଥିତ ଥିଲେ।

ଏହି ଅବସରରେ ସଂଗଠନ ଉପସଭାପତି ବିସ୍ମୟ ରାଉତ ଓ ସମ୍ପାଦକ ସାର୍ଥକ କୁମାର ପରିଡା କହିଛନ୍ତି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁମାନଙ୍କୁ ପ୍ରତ୍ୟେକ ସପ୍ତାହର ଗୋଟିଏ ଦିନ ନିରନ୍ତର ଭାବେ ଖାଦ୍ୟ ଯୋଗାଇବା ସହ, ମହିଳା, ଶିଶୁ କଲ୍ୟାଣ, ସ୍ୱଚ୍ଛତା, ରକ୍ତଦାନ, ଥାଲାସେମିଆ ସଚେତନତା, ଚାରା ରୋପଣ ଓ ଅନ୍ୟ ସାମାଜିକ କାମ କରାଯିବ।

ମତାମତ ଦିଅନ୍ତୁ ।