ସୋସିଆଲ୍‌ ମିଡିଆରେ ସ୍ୱାମୀ ଅପଲୋଡ କଲା ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫଟୋ

ଭୁବନେଶ୍ଵର: ସ୍ୱାମୀ ସୋସିଆଲ୍‌ ମିଡ଼ିଆରେ ଅପଲୋଡ଼୍‌ କରିଛି ସ୍ତ୍ରୀ ସହ ବିତାଇଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଓ ଫଟୋ। ଏନେଇ ସ୍ତ୍ରୀ ଆପତ୍ତି ଉଠାଇଥିବା ବେଳେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରେ ଏଭଳି ଘଟଣା ଘଟିଥିବାରୁ ସାଧାରଣରେ ଚର୍ଚାକୁ ଖୋରାକ ଗୋଗଇଛି।

ମିଳିଥିବା ଖବର ହେଲା ସ୍ୱାମୀ ସବୁବେଳେ ଅଧିକ ଯୌତୁକ ଆଣିବାକୁ ସ୍ତ୍ରୀକୁ କହୁଥିଲେ । ନ ଆଣିଲେ ଦେଉଥିଲେ ଶାରୀରିକ ନିର୍ଯାତନା। ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ବାପ ଘରକୁ ଚାଲି ଯିବାରୁ ସ୍ୱାମୀ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଓ ଫଟୋକୁ ସୋସିଆଲ୍‌ ମିଡିଆରେ ଅପଲୋଡ଼ କରିବା ସହ ସାଙ୍ଗମାନଙ୍କୁ ଦେଇଛନ୍ତି । ଏ ନେଇ ନୂଆଗାଁ ଥାନାରେ ଏତଲା ହୋଇଛି । ପୋଲିସ ଏତଲାକୁ ଭିତ୍ତିକରି ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।