ସୋନଭଦ୍ର ହତ୍ୟାକାଣ୍ଡ ପାଇଁ କଂଗ୍ରେସ-ସମାଜବାଦୀ ନେତାମାନେ ଦାୟୀ: ଯୋଗୀ

ନୂଆଦିଲ୍ଲୀ : ସୋନଭଦ୍ର ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଏହି ଘଟଣା ସହିତ ଜଡ଼ିତ ସେମାନେ ସଜା ପାଇବାକୁ ପ୍ରସ୍ତୁତ ରୁହନ୍ତୁ। ସୋନଭଦ୍ର ଜିଲ୍ଲାର ଉମ୍ଭା ଗ୍ରାମରେ ବୁଧବାର ଜମି ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ମୋଟ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି କିଛି ଲୋକ ଆହତ ହୋଇଥିଲେ। ଆହତ ମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ହସ୍‌ପିଟାଲରେ ଭେଟିବା ଅଭିଯୁକ୍ତମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।