ରାଜନୀତିରେ ଫେଲ ମାରିଲା ସୋନାଲିଙ୍କ ଟିକଟକ୍‌ ଲୋକପ୍ରିୟତା

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟକ୍‌ରେ ଷ୍ଟାର ବନିଥିବା ସୋନାଲି ଫୋଗାଟଙ୍କ ଲୋକପ୍ରିୟତା କାମ ଦେଲାନି। ରାଜନୀତିରେ ଫେଲ ମାରିଲା। ସୋନାଲି ଏବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପ୍ରାର୍ଥୀଙ୍କ ଠାରୁ ପଛରେ ରହିଥିବାରୁ ବିଜେପି ଯୋଜନା ବି ଫେଲ।

ହରିଆଣାର ଆଦମପୁରରୁ ବିଜେପି ସୋନାଲିଙ୍କୁ ପ୍ରାର୍ଥୀ କରିଥିଲା। ଟିକଟକରେ ତାଙ୍କର କ୍ରେଜ ଥିବାରୁ ଲୋକେ ତାଙ୍କୁ ଭୋଟ ଦେବେ ବୋଲି ଆଶା କରିଥିଲା ଦଳ। ହେଲେ ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଁଇଙ୍କ ଠାରୁ ୨୪,୫୦୦ ଭୋଟରେ ପଛରେ ରହିଛନ୍ତି। ଜିତିବାର ସମ୍ଭାବନା ଆଉ ନାହିଁ।

ମତାମତ ଦିଅନ୍ତୁ ।