ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ଵାମୀ

ଭୁବନେଶ୍ଵର : ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ଵାମୀ। ଏପରି ଘଟଣା ଅନୁଗୋଳ ଜିଲ୍ଲାର ବଲଣ୍ଡା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ଗୁରୁଦ୍ଵାର ଅଞ୍ଚଳର ମୁନା ବେହେରା ତାର ସ୍ତ୍ରୀ ଗୀତା ଦେହୁରୀଙ୍କୁ ପଥରରେ ଛେଚି ହତ୍ୟା କରିଛି। ବିଳମ୍ବିତ ରାତିରେ ମଦ ପିଇ ଆସିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମୁନା ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ପଥରରେ ଗୀତାର ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ ଗୀତାର ମୃତ୍ୟୁ ହୋଇଛି। ଖବର ପାଇ ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୁନାକୁ ଗିରଫ କରିଛି।

ମତାମତ ଦିଅନ୍ତୁ ।