Wed. Dec 11th, 2019

ସ୍ଥିତି ଅନୁଧ୍ୟାନ ପାଇଁ ରାହୁଳଙ୍କୁ ଆମନ୍ତ୍ରଣ କଲେ ଜମ୍ମୁ-କଶ୍ମୀର ରାଜ୍ୟପାଳ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ହିଂସା ସଂପର୍କୀତ କିଛି ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏବାବଦରେ ଚିନ୍ତା କରିବା ଦରକାର ବୋଲି ଶନିବାର କହିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହାର ଜବାବ ଦେଇଛନ୍ତି । ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ। ସେ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କୁ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ କରୁଛି। ଆଉ କହିଛି ଯେ, ଆପଣଙ୍କ ପାଇଁ ବିମାନ ପଠାଇବି, ଯାହାଦ୍ୱାରା ଆପଣ ଘଟଣା ସଂପର୍କରେ ଅବଗତ ହୋଇ କହୁନ୍ତୁ। ଆପଣ ଜଣେ ଦାୟିତ୍ୱବାନ ବ୍ୟକ୍ତି ହୋଇଥିବାରୁ ଏଭଳି କହିବା ଠିକ ହେଉ ନାହିଁ।

ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କୌଣସି ସାଂପ୍ରଦାୟିକ ଦୃଷ୍ଟିକୋଣରୁ ନୁହେଁ, ଧାରା ୩୫-ଏ ଏବଂ ଧାରା ୩୭୦ରେ ଅଧିକାଂଶ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଶେଷ ହୋଇଛି। ଏହାଛଡା କିଛି ବିଦେଶୀ ଗଣମାଧ୍ୟମ ଭୁଲ ଉଦ୍ୟମ କରୁଛି। ଆମେ ସେମାନଙ୍କୁ ଚେତାବନୀ ଦେଇଛୁ ବୋଲି ମଲିକ କହିଛନ୍ତି । 

Leave a Reply

Your email address will not be published. Required fields are marked *