ସ୍ମାଇଲ ଫାଉଣ୍ଡେସନ ସହ-ପ୍ରତିଷ୍ଠାତା ଓ ଅନ୍ୟ ୯ଜଣଙ୍କୁ ଭାରତୀୟ ମାନବତା ବିକାଶ ପୁରସ୍କାର

ଭୁବନେଶ୍ୱର : ସ୍ମାଇଲ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଓ କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ଶାନ୍ତନୁ ମିଶ୍ରଙ୍କୁ ଭାରତୀୟ ମାନବତା ବିକାଶ ପୁରସ୍କାର ୨୦୧୯ ମିଳିଛି। ମାନବ କଲ୍ୟାଣ ଦିଗରେ ସ୍ମାଇଲ ଫାଉଣ୍ଡେସନର ପ୍ରତିଶ୍ରୁତିବଦ୍ଧତା ଓ ବ୍ୟାପକ ଅବଦାନ ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନ।

ପୂର୍ବରୁ ସମ୍ମାନଜନକ ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆୱାର୍ଡ ପାଇଥିବା ଶ୍ରୀ ମିଶ୍ରଙ୍କ ଜନ୍ମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ୍ ଅହମ୍ମଦାବାଦରୁ ଶିକ୍ଷାଲାଭ କରିଥିବା ଶ୍ରୀ ମିଶ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନି ସେକ୍ରେଟାରିଜ୍ ଅଫ୍ ଇଣ୍ଡିଆର ସହଯୋଗୀ ସଦସ୍ୟ ଓ ଜଣେ ଆଇନଜୀବୀ ମଧ୍ୟ। ୨୦୦୫ରେ ସେ ନିଜର ପୂର୍ଣ୍ଣକାଳୀନ କର୍ପୋରେଟ୍ କ୍ୟାରିୟରକୁ ଛାଡ଼ି ଅଣ-ଲାଭକରୀ ସ୍ମାଇଲ ଫାଉଣ୍ଡେସନର ପ୍ରଗତି ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରିଥିଲେ। ନିଜ କାମ ଜରିଆରେ ସମାଜରେ ପରିବର୍ତନ ଆଣିବା ସହ ସମାନତା, ମାନବତା, ସାମାଜିକ ନ୍ୟାୟ, ମାନବ କଲ୍ୟାଣରେ ଚାମ୍ପିଅନ ହୋଇ ବିଶ୍ୱାସ ଓ ଆଶାର ବ୍ରାଣ୍ଡ ସୃଷ୍ଟି କରିଥିବା ୯ ଜଣ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।୨୦୧୯ ଅଗଷ୍ଟ ୩୦ରେ ନୂଆଦିଲ୍ଲୀରେ ଏହି ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତର ତ୍ରୟୋଦଶ ରାଷ୍ଟ୍ରପତି ଭାରତ ରତ୍ନ ରଣବ ମୁଖାର୍ଜୀ ଏଥିରେ ଥିଲେ ଅତିଥି। ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ପଦ୍ମଶ୍ରୀ ଅରୁଣାଚଳମ୍ ମୁରୁଗାନାନ୍ଥମ୍, ପଦ୍ମଶ୍ରୀ ଅନୁ ଆଗା, ରମଣ ମାଗସେସେ ବିଜେତା ସନ୍ଦୀପ ପାଣ୍ଡେ, ପଶୁ ଅଧିକାର କର୍ମୀ ମେନକା ଗାନ୍ଧି, ରାଣୀ ଲକ୍ଷ୍ମୀବାଇ ସ୍ତ୍ରୀ ଶକ୍ତି ପୁରସ୍କାର ବିଜେତା ମାନସୀ ପ୍ରଧାନ, ଅଭିନେତ୍ରୀ ସାମାଜିକ କର୍ମୀ ନଫିସା ଅଲ୍ଲୀ, ଏସିଡ ଆକ୍ରମଣରୁ ରକ୍ଷା ପାଇଥିବା ସାମାଜିକ କର୍ମୀ ଲକ୍ଷ୍ମୀ ଅଗରୱାଲ, ରମଣ ମାଗସେସେ ବିଜେତା ପ୍ରକାଶ ବାବା ଅମ୍ତେ, ସଂରକ୍ଷଣବିତ୍ ତଥା ୱାଇଲ୍ଡ ଫଟୋଗ୍ରାଫର ବେଲିନ୍ଦା ରାଇଟ୍ ପ୍ରମୁଖ ରହିଛନ୍ତି ।

ପୁରସ୍କାର ଗ୍ରହଣ କରି ଶ୍ରୀ ମିଶ୍ର କହିଲେ “ସାମାଜିକ କ୍ଷେତ୍ର ଅଭିଜ୍ଞତା ନ ଥିବା କିଛି ସାଧାରଣ ଲୋକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ସଂସ୍ଥା ଯଦି ୪୦୦ ଗ୍ଲୋବାଲ କର୍ପୋରେଟ, ୨,୦୦,୦୦ ବ୍ୟକ୍ତିବିଶେଷଙ୍କୁ ଯୋଡ଼ି ୧୫ ବର୍ଷ ଭିତରେ ୧୫ ଲକ୍ଷ ଶିଶୁ ଓ ସେମାନଙ୍କ ପରିବାର ଲୋକଙ୍କ ଜୀବନରେ ପରିବର୍ତନ ଆଣିପାରୁଛି, ତାହାହେଲେ ଏକ ସକାରାତ୍ମକ ପରିବର୍ତନ ହେଉଛି। ଏହା ଏକ ନୂଆ ବିଶ୍ୱର ଆରମ୍ଭ ହୋଇପାରେ ବୋଲି ଆମକୁ ଆଶା ଦେଉଛି। ”

ମତାମତ ଦିଅନ୍ତୁ ।