ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଡିଜିପିଙ୍କୁ ଭେଟିଲା ବିଜେପି

ଭୁବନେଶ୍ଵର : ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ହତ୍ୟା ମାମଲାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଛି। ଏସପିଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀ ଅଭିଯୋଗ କରିଛନ୍ତି ଅଭିଯୁକ୍ତ ରୂପେଶଙ୍କ ବୟାନକୁ ଏସପି ସାମ୍ବାଦିକ ସମ୍ମିଳନୀରେ ଦୋହରାଇ ଥିବାରୁ ସେ ହତ୍ୟା ମାମଲା ନା ପରକିୟା ପ୍ରୀତିର ତଦନ୍ତ କରୁଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଉପରିସ୍ଥ ଅଧିକାରୀ ପକ୍ଷପାତିତା କଲେ ପୀଡିତା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥାଏ। ସେ ଦୃଷ୍ଟିରୁ ଏସପିଙ୍କ ପକ୍ଷପାତିତା ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଲେଖାଶ୍ରୀ କହିଛନ୍ତି।

ମତାମତ ଦିଅନ୍ତୁ ।