ସ୍ଵାମୀକୁ ରାସ୍ତାରୁ ହଟାଇବା ପାଇଁ ସୁପାରି ଦେଇଥିଲା ପତ୍ନୀ

ନୂଆଦିଲ୍ଲୀ : ଅନ୍ୟଜଣଙ୍କ ପ୍ରେମରେ ପଡିଥିବା ପତ୍ନୀ ନିଜ ସ୍ଵାମୀଙ୍କୁ ହତ୍ୟା କରିବା ପାଇଁ ପ୍ରେମିକକୁ ଦେଇଥିଲା ସୁପାରି। ଏପରି ଘଟଣା ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ା ଅଞ୍ଚଳରେ ଘଟିଛି।


ପୋଲିସର କହିବାନୁଯାୟୀ ଜୁଲାଇ ୨୩ ତାରିଖରେ ଗ୍ରେଟର ନୋଏଡ଼ାରେ ତିଳପତାର ୧୩୦ମିଟର ଦୂର ଓସିସ୍ ଭେନେସିଆ ହାଇଟ୍ସ ବିଲ୍ଡର ମାର୍କେଟିଙ୍ଗ ମ୍ୟାନେଜର ବୁରାରୀ ବାସିନ୍ଦା ରାଜୀବ କୁମାରଙ୍କୁ ବାଇକରେ ଯାଉଥିବା ଦୁଇଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ତାଙ୍କ ଦେହରେ ଚାରି ରାଉଣ୍ଡ ଗୁଳି ବାଜିଥିଲା। ଏବେ ଚିକିତ୍ସା ନୋଏଡ଼ାର କୈଳାଶ ହସ୍ପିଟାଲ​ରେ ଚାଲିଛି। ଏହାର କାରଣ ସମ୍ପର୍କରେ ସେ କହିଛନ୍ତି ମାର୍କେଟିଙ୍ ମ୍ୟାନେଜରଙ୍କ ପତ୍ନୀ ଶିଖା ଦିଲ୍ଲୀର ଏକ ଜିମରେ ଓ୍ବାର୍କଆଉଟ କରିବାକୁ ଯାଉଥିଲେ। ଜିମ୍ ଟ୍ରେନର ରୋହିତଙ୍କୁ ଭଲ ପାଇ ବସିଲେ। ରୋହିତଙ୍କୁ ପାଇବା ପାଇଁ ଶିଖା ତାଙ୍କ ସ୍ଵାମୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ତାଙ୍କୁ ମାରିବା ପାଇଁ ପ୍ରେମିକଙ୍କୁ ଦେଲେ ଲକ୍ଷେ ୧୦ହଜାର ଟଙ୍କାର ସୁପାରୀ। ରୋହିତ ନିଜେ ମାରିବାକୁ ଯୋଜନା କରି ଅଲିଗଡ଼ରୁ ଜଣେ ପରିଚିତ ବ୍ୟକ୍ତିଠୁ ପିସ୍ତଲ କିଣି ଆଣିଥିଲେ। ସାଙ୍ଗ ରୋହନକୁ ପଇସା ଲୋଭ ଦେଖାଇଥିଲା ମ୍ୟାନେଜରଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଏହି ମାମଲାରେ ମ୍ୟାନେଜରଙ୍କ ପତ୍ନୀ ଶିଖା, ପ୍ରେମିକ ରୋହିତ କଶ୍ୟପ ଓ ରୋହନଙ୍କୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।