ସ୍ଵାମୀଙ୍କୁ ଧୋକ୍କା ଦେଉଛନ୍ତି୧୦ଜଣରୁ ୭ଜଣ ଭାରତୀୟ ମହିଳା

ନୂଆଦିଲ୍ଲୀ : ଭାରତରେ ୧୦ ଜଣରୁ ୭ଜଣ ମହିଳା ବିଭିନ୍ନ କାରଣ ସେମାନଙ୍କ ସ୍ଵାମୀଙ୍କୁ ଧୋକ୍କା ଦେଇଥାନ୍ତି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁ ଆଦି ସହରରେ ଏହି ସଂଖ୍ୟା ଅଧିକ। ଏକ ସାମାଜିକ ସଂଗଠନ ଓ ମ୍ୟାନେଜମେଣ୍ଟ କଲେଜ ତରଫରୁ ହୋଇଥିବା ସର୍ଭେରୁ ଏହା ଜଣାପଡିଛି। ମୁଖ୍ୟତଃ ପରିବର୍ତ୍ତିତ ଜୀବନଶୈଳୀ ଓ ମହିଳାମାନେ ଅଧିକ ସ୍ଵାଧୀନ ଚେତା ହେବା ଏଭଳି ପରିସ୍ଥିତି ପାଇଁ ଦାୟୀ ବୋଲି ସର୍ଭେରୁ କୁହାଯାଇଛି ।

ଉକ୍ତ ସଂସ୍ଥା କରିଥିବା ପାଖାପାଖି ୧୦ହଜାର ମହିଳାଙ୍କ ସାମ୍ପୁଲ ସର୍ଭେରୁ ଏହି ତଥ୍ୟା ଦର୍ଶାଇଛି । ପ୍ରେମ ବିବାହ ବା ପ୍ରସ୍ତାବିତ ବିବାହ ଉଭୟ କ୍ଷେତ୍ରରେ ସମାନ ପରିସ୍ଥିତି ବୋଲି ଜଣାପଡିଛି । ସର୍ଭେରେ ସାମିଲ ହୋଇଥିବା ୧୦ହଜାର ମଧ୍ୟରୁ ୪୯୩୮ ଜଣ ପ୍ରେମ ବିବାହ କରିଥିବା ମହିଳାଙ୍କ ମତାମତ ଆଧାରରେ ଏହି ନିଷ୍କର୍ସ ପ୍ରକାଶ ପାଇଛି । ସ୍ଵାମୀଙ୍କୁ ଧୋକ୍କା ଦେବାର କାରଣ ଗୁଡିକ ହେଲା- ୧. ଘର କାମରେ ସ୍ବାମୀ ସହଯୋଗ ନକରିବା । ୨. ଘର ବାହାରେ ସ୍ଵାମୀଙ୍କର ଗୋପନୀୟ ସଂପର୍କ ରହିବା ସନ୍ଦେହ। ୩. କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସ୍ତ୍ରୀକୁ ସ୍ଵାମୀ ସମୟ ନଦେବା । ୪. ସ୍ତ୍ରୀଠାରୁ ମାସ ମାସ ଧରି ସ୍ଵାମୀ ନିଜ କାର୍ଯ୍ୟସ୍ଥଳରେ ଏକାକୀ ରହିବା । ୫. ସ୍ଵାମୀଙ୍କ ଭିତରେ ସ୍ତ୍ରୀ ନିଜ ପରିକଳ୍ପିତ ମନର ମଣିଷର କୌଣସି ଗୁଣ ନପାଇବା । ୬. ସ୍ତ୍ରୀ ଅନ୍ୟ କୁଃସଙ୍ଗ ଦ୍ଵାରା ପ୍ରଭାବିତ ହେବା। ୭. ନିଃସନ୍ତାନ ରହିବା ଏବଂ ସ୍ଵାମୀ ଅତ୍ୟଧିକ ମଦ୍ୟପାନ କରି ଶାରିରୀକ ନିର୍ଯ୍ୟାତନା ଦେବା । ୯. ଗୁରୁତ୍ବପୂର୍ଣ୍ଣ ପାରିବାରିକ ନିଷ୍ପତ୍ତିରେ ସ୍ତ୍ରୀକୁ ସାମିଲ ନକରିବା ।୧୦. ହୀନମନ୍ୟତାବୋଧ ଓ ସ୍ତ୍ରୀ ନିଜକୁ ଅସୁରକ୍ଷିତ ମଣିବା । ୧୧. ସହବାସ ସୁଖର ଅଭାବ ।

ସର୍ଭେ ଅନୁସାରେ କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଧୋକ୍କାଦେବା ହାର ଅଧିକ। ଅପରପକ୍ଷରେ ସଂପୃକ୍ତ ମହିଳାଙ୍କ ସ୍ଵାମୀଙ୍କ ଠାରୁ ନିଆଯାଇଥିବା ମତାମତରୁ ଜଣାପଡିଛି ଯେ ପାଖାପାଖି ୩୦ପ୍ରତିଶତ ପୁରୁଷ ନିଜ ସ୍ତ୍ରୀର ଧୋକା ସଂପର୍କରେ ଜ୍ଞାତ ଥିଲେ ମଧ୍ୟ ଲୋକଲଜ୍ଜା ଓ ଅନ୍ୟାନ୍ୟ କାରଣରୁ ସାଲିସ କରିବା ପାଇଁ ବାଧ୍ୟ ହୋଇଥାନ୍ତି। ସର୍ଭେରେ ଆହୁରି କୁହାଯାଇଛି ଯେ, ନିଜ ପାର୍ଟନରଙ୍କୁ ଧୋକ୍କାଦେବା କ୍ଷେତ୍ରରେ ମହିଳାଙ୍କଠାରୁ ପୁରୁଷମାନେ ବି ଆଗୁଆ ଥିବାରୁ ସାମାଜିକ ସ୍ଥିତି ବିଗୁଡୁଛି ବୋଲି ସର୍ଭେରେ ଦର୍ଶାଯାଇଛି ।

ମତାମତ ଦିଅନ୍ତୁ ।