ସ୍ୱଚ୍ଛତା ଓ ବର୍ଜ୍ୟ ପରିଚାଳନା ସଚେତନତା ଅଭିଯାନରେ ସ୍କୁଲ ପିଲାଙ୍କ ହାତ ମିଶାଇଲେ କୋକା-କୋଲା ଇଣ୍ଡିଆ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ

ଭୁବନେଶ୍ୱର : ଅକ୍ଟୋବର ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ କୋକା-କୋଲା ଇଣ୍ଡିଆ ସ୍ୱଚ୍ଛ ଭାରତ ମିସନର ‘ସ୍ୱଚ୍ଛତା ହି ସେବା’ ଅଭିଯାନରେ ଯୋଗଦେଇଛି।ଏହି ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରିତାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ କୋକା-କୋଲା ଇଣ୍ଡିଆ ଓ ଏହାର ବଟଲିଂ ପାର୍ଟନର ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ମିଶି ସରକାରୀ ସ୍କୁଲରେ ‘ସ୍ୱଚ୍ଛତା ହି ସେବା’କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ବିନା ବର୍ଜ୍ୟର ଦୁନିଆ ସୃଷ୍ଟି ପାଇଁ କମ୍ପାନିର ଗ୍ଲୋବାଲ୍ ଭିଜନ ଆଧାରରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ରାଜସ୍ଥାନ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶର ସରକାରୀ ସ୍କୁଲରେ ବ୍ୟାପକ କାର୍ଯ୍ୟକ୍ରମ ଯୋଜନା କରାଯାଇଛି। ଅକ୍ଷୟ ପାତ୍ର ଫାଉଣ୍ଡେସନର ସିଏମ୍ଓ ସୁନ୍ଦୀପ ତଲୱାର ଓ କୋକା-କୋଲା ଇଣ୍ଡିଆ ଓ ସାଉଥ୍ ୱେଷ୍ଟ ଏସିଆ ପବ୍ଲିକ୍ ଆଫେୟାର୍ସ, କମ୍ୟୁନିକେସନ୍ସ ଓ ସଷ୍ଟେନେବିଲିଟି ଉପ ସଭାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।