ସ୍ୱାଧୀନତା ଦିବସରେ ମଲେ ୩ ପାକିସ୍ତାନୀ ସୈନିକ

ନୂଆଦିଲ୍ଲୀ : ଆଜି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଉରି ଓ ରାଜୌରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଚାଲିଛି ଗୁଳିବର୍ଷଣ। ଭାରତୀୟ ସେନା ଏହାର ଦୃଢ ଜବାବ ଦେଉଛି। ଏହି କାର୍ଯ୍ୟାନୁଷ୍ଠାନରେ ୩ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ଜଣାପଡିଛି। ଏମାନେ ହେଲେ ନାଏକ ତନବୀର, ସପଏ ରମାଜାନ ଓ ଲାନ୍ସ ନାଏକ ତୈମୁର। ତେବେ ପାକିସ୍ତାନୀ ସେନା ଗୁଳିରେ ଭାରତୀୟ ଯବାନ ସହିଦ ହୋଇଛନ୍ତି ବୋଲି ପାକିସ୍ତାନ ଦାବି କରୁଥିବା ବେଳେ ଏହାକୁ ଭାରତୀୟ ସେନା ଅସ୍ଵୀକାର କରିଛି।

ମତାମତ ଦିଅନ୍ତୁ ।