ହରିୟାଣାରେ ଟିକଟକ୍ କ୍ଵିନଙ୍କୁ ବିଜେପି ଟିକଟ

ନୂଆଦିଲ୍ଲୀ : ହରିୟଣା ବିଧାନସଭା ନିର୍ବାଚନରେ ଟିକଟକ କ୍ଵିନ ସୋନାଲି ଫୋଗତଙ୍କୁ ବିଜେପି ଟିକଟ ମିଳିଛି। ଆଦମପୁର ଆସନରୁ ନିର୍ବାଚନ ଲଢିବେ। ଖୁବଶୀଘ୍ର ସେ ପ୍ରାର୍ଥୀପତ୍ର ଦାଖଲ କରିବେ। ଟିକଟକରେ ସୋନାଲିଙ୍କର ଲକ୍ଷାଧିକ ଫ୍ୟାନ ଥିବାରୁ ନାମାଙ୍କନ ଶୋଭଯାତ୍ରାରେ ହଜାର ହଜାର ଫ୍ୟାନ ସାମିଲ ହେବେ। ସୋନାଲିଙ୍କୁ ଏହି ଆସନରେ ତାଙ୍କୁ ମୁକାବଲା ଅଭିନେତ୍ରୀ କୁଲଦୀପ ବିଶ୍ରୋଇ। ସୋନାଲିଙ୍କ ସ୍ଵାମୀ ସଞ୍ଜୟ ଫୋଗତ ବିଜେପି ନେତା ଥିଲେ। ତାଙ୍କ ଦେହାନ୍ତ ପରେ ସୋନାଲି ବିଜେପିରେ ସାମିଲ ହୋଇଥିଲେ।

ମତାମତ ଦିଅନ୍ତୁ ।