ହଳଦିଆ ଘାଟରେ ଡଙ୍ଗାବୁଡ଼ି ଯାତ୍ରୀ ନିଖୋଜ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବୁଢ଼ାବଳଙ୍ଗ ନଦୀରେ ରବିବାର ସନ୍ଧ୍ୟାରେ ଡଙ୍ଗା ବୁଡ଼ିଛି। ରେମୁଣା ବ୍ଲକ ନିଜାମପୁର ହଳଦିଆ ଘାଟରେ ଘଟିଛି ଏହି ଘଟଣା। ଖବର ଅନୁସାରେ ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ନଦୀ ପାର ହେଉଥିଲେ। ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥବା ଅନୁମାନ କରାଯାଉଛି। ଘାଟଠାରୁ ଅଳ୍ପ ଦୂରରେ ଡଙ୍ଗା ବୁଡ଼ିଥିବାରୁ କିଛି ଯାତ୍ରୀ ପହଁରି କୂଳକୁ ଫେରି ଆସିଛନ୍ତି। ତେବେ କେତେଜଣ ନିଖୋଜ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନି।

ମତାମତ ଦିଅନ୍ତୁ ।