ହାଇଡ୍ରୋକ୍ଲୋରୋକ୍ୱିନ ଓ ଲୋପିନଭିର ପରୀକ୍ଷଣ ଉପରେ ରୋକ୍

ନୂଆଦିଲ୍ଲୀ : ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରୋକ୍ୱିନ ଓ ଏଚଆଇଭି ଔଷଧ ଲୋପିନଭିର ପରୀକ୍ଷଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରୋକ ଲଗାଇଛି। କରୋନା ରୋଗୀଙ୍କ ଚିକିତ୍ସାରେ ଏହି ଔଷଧ ବ୍ୟବହାର କରାଯାଇଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ହାର କମ କରିବାରେ ସଫଳ ହୋଇନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ରୋଗୀଙ୍କ ସୁସ୍ଥ ହେବା ମାନକକୁ ଦୃଷ୍ଟିରେ ରଖି ହାଇଡ୍ରୋକ୍ଲୋରୋକ୍ୱିନ ଓ ଲୋପିନଭିର ଔଷଧର ଅନ୍ତରୀଣ ପରୀକ୍ଷଣର ପରିଣାମରୁ ଜଣାପଡିଛି ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ହ୍ରାସ ପାଇନାହିଁ। ଏକହୁ ଆଧାର କରି ପରୀକ୍ଷଣର ଅନ୍ତରାଷ୍ଟ୍ରୀୟ ସଂଚାଳନ ସମିତି କରିଥିବା ସୁପାରିଶ ଉପରେ ନିଷ୍ପତ୍ତି ନିଆଯାଇଥିବା ୟୁନାଇଟେଡ଼ ଏଜେନ୍ସି କହିଛି। ଆଉ ସ୍ପଷ୍ଟ କରିଛି ଏହି ନିଷ୍ପତ୍ତି ଅନ୍ୟ ଗବେଷଣାକୁ ପ୍ରଭାବିତ କରିବନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ହେଲା ସାରା ବିଶ୍ଵରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୧୨ ହଜାର ୩୨୬ ନୂଆ ମାମଲା ସାମ୍ନାକୁ ଆସିଛି। ସବୁଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ ଓ ଭାରତରେ ରହିଛି। ଜୁନ ୨୮ ତାରିଖରେ ୧ ଲକ୍ଷ ୮୯ ହଜାର ୭୭ ନୂଆ ମାମଲା ସାମ୍ନାକୁ ଆସିଥିଲା। ଆମେରିକାରୁ ଗୋଟିଏ ଦିନରେ ୫୩ ହଜାର ୨୧୩ ନୂଆ ମାମଲା। ଏବେ ସୁଦ୍ଧା କରୋନାରେ ୧ କୋଟି ୧୨ ଲକ୍ଷ ୮୩ ହଜାର ୫୦୧ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ସେଥିରୁ ୬୩ ଲକ୍ଷ ୯ ହଜାର ୩୭ ରୋଗୀ ସୁସ୍ଥ ହୋଇଥିବା ବେଳେ ୫ ଲକ୍ଷ ୩୦ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।