ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା ମାସେ କୋହଳ

ଭୁବନେଶ୍ୱର: ରାଜ୍ୟ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣାକୁ ଏକ ମାସ କୋହଳ କରିଛନ୍ତି। ପୂଜା ଅବକାଶ ପାଇଁ ଏହି କୋହଳ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହି ମାସକ ଭିତରେ କିଣା ଯାଇଥିବା ଗାଡ଼ିକୁ ସଂପୃକ୍ତ ଡିଲର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ ମଧ୍ୟରେ ପ୍ଲେଟ୍ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାସିଟ ବିଜ୍ଞପ୍ତିରେ କୁହାଯାଇଛି। ଏହାଛଡା ସ୍ପଷ୍ଟ କରାଯାଇଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ ଆରସି ମିଳିବ ନାହିଁ।

ମତାମତ ଦିଅନ୍ତୁ ।