Breaking Newsଦେଶ-ବିଦେଶ

ହାଟବଜାର ପାଇଁ ନୂଆ ନିୟମାବଳୀ

ନୂଆଦିଲ୍ଲୀ : ଦେଶରେ ଶୀତଦିନ ଆରମ୍ଭ ହୋଇଯାଇଛି। ଏହି ସମୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ଆଜି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହାଟ ବଜାର ଗୁଡ଼ିକ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି।

ଏହି ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଥିବା ବଜାର ଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ଜୋନ ବାହାରେ ହାଟବଜାର ଖୋଲିପାରିବ। ସେହିପରି କୁହାଯାଇଛି ବ୍ୟବସାୟ ପ୍ରତିଷ୍ଠାନରେ ନିୟୋଜିତ ବୟସ୍କ ବ୍ୟକ୍ତି ଓ ପୂର୍ବରୁ ରୋଗଥିବା ବ୍ୟକ୍ତିମାନେ ସର୍ବସାଧାରଣଙ୍କ ଠାରୁ ଯଥାସମ୍ଭବ ଦୂରତା ରକ୍ଷା କରିବା ଆବଶ୍ୟକ। ଦୋକାନ ଗୁଡ଼ିକରେ ନିୟମିତ ଭାବେ ପରିମଳ ରକ୍ଷା, ସାନଟାଇଜର ବ୍ୟବହାର, ସାମାଜିକ ଦୂରତ୍ଵ ରକ୍ଷା ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଏହାଛଡା କରୋନା ଦୃଷ୍ଟିକୋଣରୁ ଦୁର୍ବଳବର୍ଗ ଅର୍ଥାତ ବୟସ୍କ ବ୍ୟକ୍ତି (୬୫ ବର୍ଷରୁ ଅଧିକ), ପୂର୍ବରୁ ଅନ୍ୟରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ଶିଶୁମାନେ ଯଥା ସମ୍ଭବ ଘରେ ରହିବା ଉଚିତ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button