ହିନ୍ଦୁ ନେତାଙ୍କ ହତ୍ୟା ପାଇଁ ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବାକୁ ଏନ୍‌ଆଇଏର ଚଢ଼ଉ

ନୂଆଦିଲ୍ଲୀ: ଦେଶର ୬ ଜଣ ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବେ। ଏହି ଉଦ୍ଦେଶ୍ୟରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସଂପୃକ୍ତ କିଛି ଆତଙ୍କବାଦୀ ତାମିଲନାଡୁରେ ଆତ୍ମଗୋପନ କରିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଏହାକୁ ଆଧାର କରି ଆତଙ୍କୀଙ୍କୁ ଧରିବା ପାଇଁ ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସି (ଏନ୍‌ଆଇଏ)ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ନେଇଛି ପଦକ୍ଷେପ। ଆଜି ତାମିଲନାଡ଼ୁର ୬ଟି ସ୍ଥାନରେ ବ୍ୟାପକ ତଲାସୀ ଅଭିଯାନ ଚାଲିଛି।

ଖବର ଅନୁଯାୟୀ ତାମିଲନାଡ଼ୁ କୋଭାଇର ଦୁଇଟି ସ୍ଥାନ ସମେତ ଇଲାୟାନଗୁଡ଼ି, ତ୍ରିଚି, କାୟଲପଟ୍ଟିନମ୍‌ ଓ ନାଗାପଟ୍ଟିନମ୍‌ର ଗୋଟିଏ ଅଞ୍ଚଳରେ ଏନ୍‌ଆଇଏ ରେଡ୍ କରିଛି। ତେବେ ଦେଶର କେଉଁ ୬ଜଣ ହିନ୍ଦୁ ରାଜନେତା ଏମାନଙ୍କର ଟାର୍ଗେଟରେ ରହିଛନ୍ତି ସେ ସଂପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ମତାମତ ଦିଅନ୍ତୁ ।