Wed. Dec 11th, 2019

ହୀରାକୁଦ ଛାଡିଲା ପ୍ରଥମ ବନ୍ୟାପାଣି

ଭୁବନେଶ୍ଵର : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାପାଣି ଆଜି ଛଡ଼ାଯାଇଛି। ସମସ୍ତ ପ୍ରକ୍ରିୟା ସରିବା ପରେ ପ୍ରଶାସନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ସାଙ୍କେତିକ ଭାବେ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଥିଲା। ହୀରାକୁଦ ଓ ଆଖପାଖ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଡାକବାଜି ଯନ୍ତ୍ର ଓ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଇଛି। ମହାନଦୀ ଭିତରକୁ ପସିବାକୁ ସେମାନଙ୍କୁ ବାରଣ କରାଯାଇଥିବା ବେଳେ ଗୃହପାଳିତ ପଶୁଙ୍କୁ ନଛାଡ଼ିବାକୁ ଦିଆଯାଉଛି ପରାମର୍ଶ।

 ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ। ଲଗାଣ ବର୍ଷା କାରଣରୁ ଆଜି ୬୧୮.୪୭ ଫୁଟ ପାଣି ରହିଥିଲା। ଡ୍ୟାମକୁ ଏକ ସେକେଣ୍ଡରେ୧ଲକ୍ଷ ୪୭୬୪ କୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୮ହଜାର ୨୪୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି।  

Leave a Reply

Your email address will not be published. Required fields are marked *