ହୁଓ୍ୱାଇ ଓ ଜେଟିଇ ଉପରେ ଆମେରିକାର କଟକଣା

ଓ୍ୱାଶିଂଟନ : ଭାରତ ସରକାର ଟିକଟକ ସମେତ ୫୯ଟି ଆପ୍ସକୁ ବ୍ୟାନ କରିବା ପରେ ଆମେରିକା ଚୀନର ହୁଓ୍ୱାଇ ଓ ଜେଟିଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର କହିଛନ୍ତି ଏ ଦୁଇଟି କମ୍ପାନୀ ଚୀନ୍ ସାମରିକ ଓ ଗୁପ୍ତଚର ବିଭାଗ ସହ ସମ୍ପର୍କ ରଖିଛି। ସେଥିପାଇଁ କମ୍ପାନୀ ମାନଙ୍କୁ ଆମେରିକା ତା’ର ୟୁନିଭର୍ସିଆଲ ସର୍ଭିସ ଫଣ୍ଡ ପ୍ରକଳ୍ପକୁ ଆର୍ଥିକ ସହଯୋଗ କରିବା ଉପରେ ରୋକ୍ ଲଗାଇଛି। ଅନ୍ୟପକ୍ଷରେ ଆମେରିକୀୟ ନେଟୱର୍କର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆମେରିକାର ଏଜେନ୍ସି ଫର୍ ଫେଡେରାଲ୍ କମ୍ୟୁନିକେସନ୍ କମିଶନ କହିଛି।

କେବଳ ଆମେରିକା ନୁହେଁ ବ୍ରିଟେନ ମଧ୍ୟ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂସ୍କୃତି ସଚିବ ଅଲିଭର ଡାଉଡେନ୍ ସଂସଦକୁ କହିଛନ୍ତି ହୁଓ୍ୱାଇ ଟେକ୍ନୋଲୋଜି ବ୍ରିଟେନର ୫-ଜି ଟେଲିକମ୍ ନେଟୱାର୍କର ଶେୟାର ହୋଲ୍ଡର ନାହିଁ। ଏହା ବଦଳରେ ବ୍ରିଟେନ ଦକ୍ଷିଣ କୋରିଆର ସାମସଙ୍ଗ ଓ ଜାପାନର ଏନଇସି କମ୍ପାନୀକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।