ହେଲିକପ୍ଟର ଖସାଇବା ଘଟଣାରେ ୬ ବାୟୁସେନା ଅଧିକାରୀ ଦଣ୍ଡିତ

ନୂଆଦିଲ୍ଲୀ: ଭୁଲ ବଶତଃ ମିସାଇଲ ମାଡ଼ରେ ବାୟୁସେନା ଖସାଇ ଦେଇଥିବା ନିଜ ହେଲିକପ୍ଟର ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ୬ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କୋର୍ଟ ମାର୍ଶଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬ ଜଣଙ୍କ ମଧ୍ୟରୁ ଜଣେ ଗ୍ରୁପ୍‌ କମାଣ୍ଡର ଓ ଜଣେ ୱିଙ୍ଗ କମାଣ୍ଡର ନିଜ ଭୁଲ ସ୍ୱୀକାର କରିଥିବାରୁ ସେମାନଙ୍କୁ କୋର୍ଟ ମାର୍ଶଲ ଭାବେ ଦଣ୍ଡିତ କରାଯାଇଛି। ଅନ୍ୟ ୪ ଜଣଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫେବୃଆରୀ ୨୭ରେ ଶ୍ରୀନଗରରରେ ଉଡ଼ୁଥିବା ଏକ ଏମଆଇ-୧୭ ହେଲିକପ୍ଟରକୁ ସେମାନେ ପାକିସ୍ତାନର ଭାବି ମିସାଇଲ ମାଡ଼ କରିଥିଲେ। ଏଥିରେ ୬ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ଘଟିଥିଲା।

ମତାମତ ଦିଅନ୍ତୁ ।