ହୋମ୍ ଡେଲିଭରୀ ହେବ ଦେଶୀ ମଦ

ଭୁବନେଶ୍ୱର: ଦେଶୀ ମଦ ଓ ଆଉଟ ଷ୍ଟିଲ୍ ମଦକୁ ହୋମ୍ ଡେଲିଭରୀ ପାଇଁ ନିଷ୍ପତ୍ତି ନେଇଛି ଅବକାରୀ ବିଭାଗ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରୀ। ବୋତଲ ବା ପାଉଚ ପିଛା ୧୦ ଟଙ୍କା ଡେଲିଭରୀ ଚାର୍ଜ ଗ୍ରାହକଙ୍କୁ ଦେବାକୁ ପଡ଼ିବ। ସର୍ବାଧିକ ଡେଲିଭରୀ ଚାର୍ଜ ୫୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।ତେବେ କାଉଣ୍ଟରରେ ଦେଶୀମଦ ବିକ୍ରି ପାଇଁ ଏଯାବତ ଅନୁମତି ଦେଇନାହାନ୍ତି ରାଜ୍ୟ ସରକାର।

ଗ୍ରାହକମାନେ ଫୋନ୍, ହ୍ଵାଟସ୍‌ଆପ୍‌ ମାଧ୍ୟମରେ ଅର୍ଡର ଦେଇପାରିବେ। କଣ୍ଟେନମେଣ୍ଟ୍‌ ଜୋନ୍‌ରେ ଦେଶୀ ମଦ ହୋମ୍‌ ଡେଲିଭରୀ ହୋଇପାରିବନାହିଁ। ବିଦେଶୀ ମଦ ହୋମ୍ ଡେଲିଭରୀ ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। ଏନଆଇସି ସହଭାଗିତାରେ ନିର୍ମିତ ପୋର୍ଟାଲଟି ହେଉଛି www.osbc.co.in । ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ସମ୍ପର୍କରେ ଗ୍ରାହକ ଜାଣିପାରିବେ।

ମତାମତ ଦିଅନ୍ତୁ ।