ୟୁନିଫର୍ମ ସିଭିଲ କୋଡ୍‌ ନେଇ ଆରଏସ୍‌ଏସ୍‌ ର ସଙ୍କେତ

ଭୁବନେଶ୍ୱର: ଭାରତରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ଏନ୍‌ଆରସି ଲାଗୁ କରାଯିବା ପରି ୟୁନିଫର୍ମ ସିଭିଲ କୋଡ୍‌ ବା ଏକ ନାଗିରିକ ସଂହିତା ଲାଗୁ ସପକ୍ଷରେ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ସୁରେଶ ଭୈୟାଜୀ ଯୋଷୀ। ଭୁବନେଶ୍ୱରରେ ଚାଲିଥିବା ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ଅନ୍ତିମ ଦିବସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏହି ଦାବି ବହୁ ପୁରୁଣା। ସମ୍ବିଧାନ ପ୍ରସ୍ତୁତି ସମୟରେ ଏ ବିଷୟରେ ନିର୍ଣ୍ଣୟ କରାଯିବା ଆବଶ୍ୟକ ରହିଥିଲା। ସରକାର ଏ ଦିଗରେ ପ୍ରୟାସ କରିବା ଉଚିତ। ଦେଶରେ ନାଗରିକମାନଙ୍କ ପାଇଁ ଏକ ସମାନ ଆଇନ୍ ହେବା ଦରକାର। ମୁଁ ବିନା ସଙ୍କୋଚରେ କହିବାକୁ ଚାହେଁ ଏହା ଦେଶ ପାଇଁ, ଦେଶର ବିକାଶ ଏବଂ ସର୍ବୋପରି ସମସ୍ତଙ୍କ ପାଇଁ ହିତକର ହେବ।

ମତାମତ ଦିଅନ୍ତୁ ।