୧୦ କୋଟି ଠକିଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗର ଦିଲ୍ଲୀ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଆଧାର ଲିଙ୍କ କରାଇ ଦେବାର ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ପ୍ରମାଣପତ୍ର ବାବଦରେ ସୂଚନା ଗ୍ରହଣ କରୁଥିଲେ। ପରେ ସେମାନଙ୍କ ପ୍ରମାଣପତ୍ରରେ ଠିକଣା ପରିବର୍ତ୍ତନ କଋ ନୂଆ ଠିକଣାରେ ଖୋଲୁଥିଲେ ବ୍ୟାଙ୍କ ଆକାଉଣ୍ଟ। ଆଉ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଯାଉଥିଲେ। ବ୍ୟାଙ୍କ ଗୁଡ଼ିକରେ ଏଭଳି ୧୧୦୦ ଖାତା ସଂପର୍କରେ ପୋଲିସ ଜାଣିବାକୁ ପାଇଛି।

ପୋଲିସ କହିଛି ଏହି ଠକ ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ଝାଡ଼ଖଣ୍ଡର ଅଲିମୁଦ୍ଦିନ ଅନସାରୀ। ଠକେଇ ମାମଲାରେ ଅଲିମୁଦ୍ଦିନ ଓ ଆଜମଗଡ଼ର ମନୋଜ ଯାଦବଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ, ୮୧ଟି ଡେବିଟ କାର୍ଡ, ୧୦୪ଟି ଚେକବୁକ, ୧୩୦ଟି ପାସବୁକ, ୮ଟି ମୋବାଇଲ, ୩୧ଟି ସିମକାର୍ଡ ଓ ପରିଚୟପତ୍ରର ଜେରକ୍ସ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।