୧୦ ପାକିସ୍ତାନୀ କମାଣ୍ଡୋଙ୍କୁ ମାରିଛି ଭାରତୀୟ ସେନା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗିରହିଛି। ଉଭୟ ପଟୁ ଚାଲିଛି ଗୁଳିବିନିମୟ। ଭାରତୀୟ ସେନା ଗତ ତିନି ସପ୍ତାହ ଭିତରେ ପାକିସ୍ତାନର ୧୦ଜଣ ସେନା କମାଣ୍ଡୋଙ୍କୁ ନିପାତ କରିଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନା ଗତ ୧୫ଦିନରେ ନିୟନ୍ତ୍ରଣ ରେଖା ନିକଟରେ ୧୦୦ରୁ ଅଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ନିୟୋଜିତ କରିଥିଲା। ଭାରତୀୟ ସେନା ବିରୋଧରେ ବ୍ୟାଟ ଆକ୍ରମଣ (ବର୍ଡର ଅକସନ୍‌ ଟିମ୍‌) କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ ପାକିସ୍ତାନ ସେନା ବାରମ୍ବାର ଭାରତର ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଅସ୍ତ୍ରବିରତିକୁ ଉଲଂଘନ୍ନ କରୁଛି। ଆତଙ୍କବାଦୀମାନେ ଭାରତ ସୀମାରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ। ତେବେ ଭାରତୀୟ ସେନାର ଜବାବି କାର୍ଯ୍ୟ।ନୁଷ୍ଠାନରେ ୧୦ରୁ ଅଧିକ ଏସ୍‌ଏସଜି କମାଣ୍ଡୋ ନିହତ ହୋଇଛନ୍ତି। ହାଇ ଆଲର୍ଟରେ ରହିଛନ୍ତି ଭାରତୀୟ ସେନା। ପାକିସ୍ତାନ ସେନା କିମ୍ବା ଆତଙ୍କବାଦୀ ଦ୍ୱାରା ହେବାକୁ ଥିବା ଯେକୌଣସି ଆକ୍ରମଣକୁ ବିଫଳ କରିବାକୁ ତୟାର ଥିବା ସୂଚନା ମିଳିଛି।

ଏପଟେ ପାଇଁ ହାଇ ଆଲର୍ଟରେ ଅଛନ୍ତି।

ମତାମତ ଦିଅନ୍ତୁ ।