୧୦ ମନିଟରେ ମିଳିବ ପ୍ୟାନ କାର୍ଡ

ନୂଆଦିଲ୍ଲୀ : ଆୟକର ବିଭାଗ ରିୟଲ ଟାଇମ ବେସିସ ଉପରେ ପ୍ୟାନ୍ କାର୍ଡ ଜାରି କରିବା ପାଇଁ ଏକ ପ୍ରୋସେସିଂ ସେଂଟରରେ କାମ କରୁଛି । ଏନେଇ ଗତକାଲି ସଂସଦରେ ସରକାର ସୂଚନା ଦେଇଛନ୍ତି । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏକ ପ୍ରଶ୍ନ ଉତର ଦେବାକୁ ଯାଇ ଲିଖିତ ଭାବେ ଏହା ଉପରେ ତଥ୍ୟ ଦେଇଛନ୍ତି ।

ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ୧୦ ମିନିଟ ମଧ୍ୟରେ ପୟାନ କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଆଧାର କାର୍ଡ ସହ କେୱାଇସି କରି ପ୍ରସ୍ତୁତ କରାଯାଇ ପାରିବ ।

ସରକାର ଆୟକର ବିଭାଗକୁ ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଏପରି ହେଲେ କରଦାତାଙ୍କ ପାଇଁ ସହଜ ହେବ । ଏହାସହ ସମୟ ମଧ୍ୟ ବଂଚିବ । ସରକାର ଏଥିପାଇଁ ପେନଟେନ୍ ସେଂଟରରେ କାମ କରୁଛନ୍ତି । ଏହା ସେହି ଆବେଦନକର୍ତାଙ୍କ ପାଇଁ ହେବ ଯେଉଁମାନେ ଆଧାର ବେସଡ୍ କେୱାଇସି ଜରିଆରେ ଆବେଦନ କରିଥିବେ ।

ମତାମତ ଦିଅନ୍ତୁ ।