୧୨ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ଵର : ଆସିକା ଓ ବୁଗୁଡା ଅଞ୍ଚଳରୁ ୧୨ଜଣ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୪ଟି ମାଉଜର,  ୧୨ଟି ଗୁଳି, ୧୨ଟି ବୋମା,  ଗୋଟିଏ ଖେଳନା ପିସ୍ତଲ, ୫ଟି ମୋଟରସାଇକେଲ ସମେତ ବହୁ ମାରଣାସ୍ତ୍ର ଓ ନଗଦ ୫୮,୦୦୦ହଜାର ଟଙ୍କା ଜବତ ହୋଇଛି। ଏହି ସୂଚନା ଦେଇଛନ୍ତି ଗଞାମ ଏସ ପି ବ୍ରିଜେଶ୍ ରାଏ। ସେ କହିଛନ୍ତି ବ୍ରହ୍ମପୁର, ଗଞାମ, ଖୋର୍ଦ୍ଧା ଓ ନୟାଗଡ ଆଦି ଜିଲ୍ଲାରେ ଲୋକଙ୍କୁ ରାସ୍ତାରେ ଅଟକାଇ ଲୁଟ୍ କରୁଥିଲେ। ବିଭିନ୍ନ ଫାଇନାନ୍ସ କଂପାନୀକୁ କରୁଥିଲେ ଟାର୍ଗେଟ୍। ଲୁଟ୍ କରିବା ପାଇଁ ଯୋଜନା କରୁଥିବା ପୋଲିସ ଚଢଉ କରି ଏମାନଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।