୧୩ବର୍ଷ ପରେ ଶୁଟିଂ ସେଟ୍‌କୁ ଫେରିଲେ ଶିଳ୍ପା

ମୁମ୍ୱାଇ: ଦୀର୍ଘ ବର୍ଷର ବ୍ୟବଧାନ ପରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଶୁଟିଂ ସେଟ୍‌କୁ ଫେରିଛନ୍ତି। ସବ୍ବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ ପାଇଁ ଶିଳ୍ପା ଶୁଟିଂ ଆରମ୍ଭ କରିଥିବା ବେଳେ ତାଙ୍କ ସହିତ ଅଭିନୟ କରୁଛନ୍ତି ଅଭିମନ୍ୟୁ ଦସାନୀ ଓ ୟୁଟ୍ୟୁବ୍ ଷ୍ଟାର୍ ଶର୍ଲୀ ସେଟିଆ।

ମଙ୍ଗଳବାର ଠାରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ଫଟୋ ଶିଳ୍ପା ସୋଶାଲ୍ ମିଡିଆରେ ସେଆର୍ କରିଛନ୍ତି। ଫଟୋ ପୋଷ୍ଟ୍କରି ସେ ଲେଖିଛନ୍ତି ସେଟ୍‌କୁ ପୁଣି ଥରେ ଫେରିଲି। ଫିଲ୍ମ ନିକ୍କମାରେ ମୁଁ ଅୱନି ଚରିତ୍ରରେ ଅଭିନୟ କରୁଛି। ମୁଁ ଏହାକୁ (ସୁଟିଂ ଶେଟ୍‌କୁ) କେତେ ମିସ୍‌ କରୁଥିଲି, ତାହା ବର୍ଣ୍ଣନା କରିପାରିବି ନାହିଁ। ଆମେ ସବୁ ବହୁତ ମଜା କରିବୁ।

୨୦୦୭ରେ ଶିଳ୍ପା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଅନୀଲ ଶର୍ମା। ଏଥିରେ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ସନି ଦେଓଲ୍‌, ବବି ଦେଓଲ୍‌, କ୍ୟାଟ୍ରିନା କୈଫ୍‌ ଓ କିର‌ନ୍‌ ଖୈର୍‌ ଅଭିନୟ କରିଥିଲେ। ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ଶିଳ୍ପା ସେଟ୍ଟୀ ଛୋଟ ପରଦା ଓ ସୋଶାଲ୍ ମିଡିଆରେ ଆକ୍ଟିଭ୍ ରହିଥିଲେ। ‘ଡ୍ୟାନ୍ସ ପ୍ଲସ୍‌’, ‘ନଚ୍‌ ବଲିୟେ’ ଓ ‘ସୁପର ଡ୍ୟାନ୍ସର’ ଭଳି ଡ୍ୟାନ୍ସ ରିଆଲିଟି ଶୋ’ରେ ଶିଳ୍ପାଙ୍କୁ ଜଜ୍‌ ଭୂମିକାରେ ଦେଖିବାକୁ ମିଳିଥିଲା।

ମତାମତ ଦିଅନ୍ତୁ ।