୧୩ରୁ ଅନ୍‌ଲାଇନ୍‌ରେ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା କଟକଣା ପାଇଁ ମାର୍ଚ୍ଚ ୧୭ ତାରିଖ ଠାରୁ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ସୃଷ୍ଟି ହୋଇଛି ସମସ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅନ୍‌ଲାଇନ୍‌ କ୍ଲାସ ନେଇ ଗାଇଡଲାଇନ ଜାରି କରିଛନ୍ତି। ଏହି ଅନ୍‌ଲାଇନ୍‌ କ୍ଲାସ ମାଧ୍ୟମରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ। ଜୁଲାଇ ୧୩ ତାରିଖ ଠାରୁ ଅନ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ସେଥିପାଇଁ ଡିଗ୍ରି କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ନେଇ ହ୍ଵାଟସ୍‌ଆପ୍‌ ଗ୍ରୁପ କରିଯିବ। ଏଥିରେ ୩୨ ଜଣ ଛାତ୍ରଛାତ୍ରୀ ରହିବେ। ସେମାନଙ୍କୁ ଡିଜିଟାଲ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଘରେ ପଢ଼ିବାକୁ ଶିକ୍ଷକମାନେ ହ୍ଵାଟସ୍‌ଆପ୍‌ ଅଥବା ମେଲ ମାଧ୍ୟମରେ ନୋଟ୍‌ସ ଦେବେ। ଦିନକୁ ୨ରୁ ୩ ଘଣ୍ଟା ଓ ସପ୍ତାହରେ ୩ ଦିନ ଅନ୍‌ଲାଇନ୍‌ କ୍ଲାସ ହେବ। ଗୁଗୁଲ ମିଟ୍‌, ଜୁମ ଓ ସ୍କାଇପ୍‌ ଆପ୍‌ ଜରିଆରେ ଅନ୍‌ଲାଇନ୍‌ କ୍ଲାସ କରାଯିବା ସହିତ ଯେଉଁମାନେ କ୍ଳାସ କରିବେ ସେମାନଙ୍କର ଉପସ୍ଥାନ ନିଆଯିବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।