୧୯ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦମ୍ବରମ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପାଇଁ ଆଜି ଦିନଟି ଭଲ ନୁହେଁ। ସାମାନ୍ୟ ଆଶ୍ଵସ୍ତି ପରେ ଆସିଲା ଖରାପ ଖବର। ସୁପ୍ରିମକୋର୍ଟ ତାଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଜାମିନ ଦେବାକୁ ମନାକଲେ। ଏୟାରସେଲ-ମାର୍କ୍ସିସରେ ଦିଲ୍ଲୀର ସିବିଆଇ କୋର୍ଟ ତାଙ୍କୁ ଆଗୁଆ ଜାମିନ ଦେଲେ। କିନ୍ତୁ ସଂଧ୍ୟା ନହେଉଣୁ ଖବର ଆସିଥିଲା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବାକୁ ହେବ।

ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠେଇ ଦେଇଛନ୍ତି। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ସିବିଆଇ ତରଫରୁ କୋର୍ଟରେ ଅପିଲ କରାଯାଇଥିଲା। ହେଲେ ଚିଦମ୍ବରମଙ୍କ ଓକିଲ କପିଲ ସିବ୍ଦଲ ଏହାକୁ ବିରୋଧ କରି କହିଥିଲେ ସେ ଇଡି ରିମାଣ୍ଡରେ ଯିବାକୁ ରାଜି। ତେଣୁ ଜେଲକୁ ପଠାଇବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ବିଚାରପତି ଅଜୟ କୁମାର କୁହର ସିବ୍ଦଲଙ୍କ ଏହି ଯୁକ୍ତିକୁ ମାନିନଥିଲେ।

ମତାମତ ଦିଅନ୍ତୁ ।