୨୦ଫୁଟ ତଳକୁ ବୋଲେରୋ ଖସିଲା

ଭୁବନେଶ୍ଵର : ଗଜପତି ଜିଲ୍ଲାରେ ଘଟିଛି ଦୁର୍ଘଟଣା। ମୋହନରୁ ବଡଗଡ ଯାଉଥିବା ଏକ ବୋଲେରୋ ବେତରସିଂ ନିକଟ ପୋଲରୁ ୨୦ ଫୁଟ ତଳକୁ ଖସି ପଡିବାରୁ ଡ୍ରାଇଭର ସଞ୍ଜୟ ରାଇକା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ପଲକୁଆ ଗାଁରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସକାଳେଲୋକେ ଦେଖିବା ପରେ ଜଣାପଡିଥିଲା । ଗାଡି ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଲୋକେ ଡୋର ଭାଙ୍ଗି ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି।

ମତାମତ ଦିଅନ୍ତୁ ।