୨୫ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ନିରପେକ୍ଷ ତଦନ୍ତ କରି ମାମଲାର ସମାଧାନ କରିଥିବା ୨୫ଜଣ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଡିଜିପି ବିଜୟ କୁମାର ଶର୍ମା। ସମ୍ବର୍ଦ୍ଧିତ ଅଧିକାରୀମାନେ ହେଲେ ବାଲେଶ୍ୱର ଅତିରିକ୍ତ ଏସ୍‌ପି ଗୋବିନ୍ଦ ସେଠୀ, ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ଵାଇଁ, ରାୟଗଡ଼ା ଏସ୍‌ଆଇ ସୁଶାନ୍ତ କୁମାର ଶତପଥୀ, ମାଲକାନଗିରି ଏସ୍‌ଆଇ ସନ୍ତୋଷୀ ବାରିକ, ଭୁବନେଶ୍ୱର ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଉର୍ମିଳା ମଲ୍ଲିକ, ଭୁବନେଶ୍ୱର ସହରାଞ୍ଚଳ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ, ଅନୁଗୋଳ ପିଟିସି ଇନ୍ସପେକ୍ଟର ଯୋଗେଶ୍ୱରୀ ବେହେରା, କେନ୍ଦୁଝର ଏସ୍‌ଆଇ ଶ୍ରୀକାନ୍ତ ସାହୁ, ଗଜପତି ଇନ୍ସପେକ୍ଟର ବିବେକାନନ୍ଦ ସ୍ଵାଇଁ, କଳାହାଣ୍ଡି ଇନ୍ସପେକ୍ଟର ଗୋବିନ୍ଦ ମାଝି ଓ ପୁରୀ ଇନ୍ସପେକ୍ଟର ଗେଲି କୁମାରୀ ସାହୁ। ଏମାନଙ୍କ ବ୍ୟତୀତ ଭୁବନେଶ୍ୱର ସହରାଞ୍ଚଳ ଇନ୍ସପେକ୍ଟର ଜୟଦେବ ବିଶ୍ୱଜିତ୍‌, ରାୟଗଡ଼ା ଇନ୍ସପେକ୍ଟର ଜୟଶ୍ରୀ ପ୍ରଧାନ, ବ୍ରହ୍ମପୁର ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର, ବୌଦ୍ଧ ଇନ୍ସପେକ୍ଟର ଅକ୍ଷୟ କୁମାର ଘଡେଇ, ପୁରୀ ଇନ୍ସପେକ୍ଟର ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି, କଟକ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ, କଟକ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ସୁବାଶିନୀ ଜେନା, ଗଞ୍ଜାମ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଅନୁଗୋଳ ଡିଏସ୍‌ପି ଦିଲ୍ଲୀପ କୁମାର ନାୟକ, ମୟୂରଭଞ୍ଜ ଇନ୍ସପେକ୍ଟର ଯୋଗେନ୍ଦ୍ର କୁମାର ମଲ୍ଲିକ, ବ୍ରହ୍ମପୁର ଭିଜିଲାନ୍ସ ଇନ୍ସପେକ୍ଟର ବୈଦେହୀ କୁମାରୀ ବେହେରା, ଜଗତ୍‌ସିଂହପୁର ଏସ୍‌ଆଇ ପଦ୍ମାଳୟା ପ୍ରଧାନ, ଭୁବନେଶ୍ୱର ଏସ୍‌ଟିଏଫ୍‌ ଏସ୍‌ଆଇ ଆଶିଷ ଚନ୍ଦ୍ର ଜେନା ଓ ସମ୍ବଲପୁର ଏସ୍‌ଆଇ ବିଭୁତି ଭୂଷଣ ଦଳେଇ।

ମତାମତ ଦିଅନ୍ତୁ ।