୩୦ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିଶୋଧ ନେବାକୁ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନ ଶପଥ କରିଛି। ଦେଶର ବିଭିନ୍ନ ଏୟାରପୋର୍ଟରେ ହମ୍‌ଲା କରିବାକୁ ଭାରତକୁ ଦେଇଛି ଧମକ। ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏକ ହିନ୍ଦୀ ଚିଠି ଠାବ କରିଛି। ଏତିରେ ଜୈଶ ସଂଗଠନର ସଦସ୍ୟ ଶମସେର ୱାନି ଆକ୍ରମଣ ପାଇଁ ଧମକ ଦେଇଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ସହ ଦେଶର ୩୦ଟି ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। ଟର୍ମିନାଲରେ ସାଦାପୋଷାକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପାର୍କିଂ ଠାରୁ ଆରମ୍ଭ କରି ରନ୍‌ୱେ ଏବଂ ୱେଟିଂ ରୁମ୍‌ ପର୍ଯ୍ୟନ୍ତ ସବୁ ସ୍ଥାନରେ ଡଗ ସ୍କ୍ୱାଡ୍‌ ଓ ବୋମା ନିଷ୍କ୍ରୟ ଟିମ୍‌କୁ ମୁତୟନ କରାଯାଇଛି। ଏୟାରପୋର୍ଟକୁ ପ୍ରବେଶ କରୁଥିବା ଓ ବାହାରୁ ଥିବା ଗାଡ଼ିକ ଉପରେ ଅଧିକ ଦୃଷ୍ଟି ରଖିବା ପାଇଁ ଅତିରିକ୍ତ ବ୍ୟାରିକେଡ୍‌ ନିର୍ମାଣ ହୋଇଛି।

ମତାମତ ଦିଅନ୍ତୁ ।