୩୧ରେ କଂଗ୍ରେସର ରାଜଭବନ ଘେରାଉ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୩୧ତାରିଖରେ ରାଜଭବନ ଘେରାଉ କରିବ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ସ୍ମିତାରାଣୀଙ୍କ ମୃତ୍ୟୁର ଯାଂଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲା। ଏହି ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ହେଉଛି। ତେଣୁ ଦୋଷୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣା ପଛର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଭାର ସିବିଆଇକୁ ଦେବା ପାଇଁ କଂଗ୍ରେସ ଦାବି କରିଆସୁଛି। ଏହି ଦାବିରେ କଂଗ୍ରେସ ପକ୍ଷରୁ ଆସନ୍ତା ୩୧ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।