୩୧ ଜୁଲାଇ ପର୍ଯ୍ୟନ୍ତ ଉଡ଼ିପାରିବନି ଅନ୍ତର୍ଜାତୀୟ ଫ୍ଲାଇଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଅନ୍ତର୍ଜାତୀୟ ଫ୍ଲାଇଟ ଚଳାଚଳ କଟକଣାକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାର୍ଚ୍ଚ ୨୩ରେ ଦେଶରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା । ତେବେ ଗତ ମେ ୨୫ରେ ଦେଶରେ ଘରୋଇ ରୁଟରେ ବିମାନସେବା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସାରା ବିଶ୍ଵରେ କରୋନା ମହାମାରୀର ପ୍ରକୋପ ବଢି ଚାଲିଥିବାରୁ ଭାରତ ସରକାର ବିଦେଶୀ ରୁଟରେ ବିମାନ ଚଳାଚଳକୁ ଅନୁମତି ଦେଉନାହାନ୍ତି ।

ଗତ ମେ ୨୬ରେ ଡିଜିସିଏ ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ଜୁଲାଇ ୧୬ ପର୍ଯନ୍ତ ବୃଦ୍ଧି କରିଥିଲେ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ଡିଜିସିଏ ପୁଣି ତାହାକୁ ବଢାଇ ଦେଇଛନ୍ତି । ଏବେ ବନ୍ଦେ ଭାରତ ମିଶନ ଅଧିନରେ ଏୟାର ଇଣ୍ଡିଆ ଓ କେତେକ ଘରୋଇ ବିମାନ କେତେକ ନିର୍ଦ୍ଦିଷ୍ଟ ରୁଟରେ ଫ୍ଲାଇଟ ଚଳାଉଛନ୍ତି । ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏସବୁ ଫ୍ଲାଇଟ ଚଳାଚଳ କରାଯାଉଛି ।

ମତାମତ ଦିଅନ୍ତୁ ।