୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ଋଷର ସମର୍ଥନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଇସ୍ୟୁକୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଉଠାଇବ ବୋଲି ପାକିସ୍ତାନ ଯେଉଁ ଧମକ ତାହା ଏବେ ଫସର ଫାଟିଛି। କୌଣସି ଶକ୍ତିଶାଳୀ ଦେଶର ସମର୍ଥନ ମିଲୁନି। ୟୁଏନ, ଆମେରିକାଠାରୁ ଝଟକା ଖାଇବା ପରେ ପାକିସ୍ତାନ ଚୀନର ଦ୍ଵାରସ୍ଥ ହୋଇଥିଲା। ଏହି ମାମଲାରେ ଚୀନ ପଛଘୁଞ୍ଚା ଦେଇଛି। ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଋଷ ମନା କରିଦେଇଥିବା ବେଳେ ଭାରତ ଧାରା ୩୭୦ ଉପରେ ସମ୍ବିଧାନିକ ନିଷ୍ପତ୍ତି ନେଇଛି ବୋଲି କହିଛି।

ଶନିବାର ଋଷ ବୈଦେଶିକ ବିଭାଗ କହିଛି ଯେ, ଜମ୍ମୁ-କାଶ୍ମୀରରେ ଯାହା ପରିବର୍ତ୍ତନ କରାଯାଇଛି ତାହା ଭାରତର ସମ୍ବିଧାନକୁ ଭିତ୍ତିକରି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ସ୍ଥିର ରହୁ। ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇଦେଶ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରନ୍ତୁ। ଜମ୍ମୁ-କାଶ୍ମୀରର ଏହି ପରିବର୍ତ୍ତନ କୌଣସୀ ତିକ୍ତକା ବୃଦ୍ଧି କରିବ ନାହିଁ ବୋଲି ଋଷ ଆସ ପ୍ରକାଶ କରିଛି।

ମତାମତ ଦିଅନ୍ତୁ ।