୩ କୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ଵର : ଖୋର୍ଦ୍ଧା ଜିଲ୍ଲାର ଦଧିମାଛଗାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ସାହୁ ଓରଫ ମିକୁକୁ ଆଜି ପୋଲିସ ଧରିଛି। ତା’ ନିକଟରୁ ତିନି କୋଟି ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ।

ଭୁଧବାର ସାମ୍ବାଦିକ ସମ୍ମିଳନିରେ ଶ୍ରୀ ସିଂହ କହିଛନ୍ତି ଜୁନ୍‌ ୧୫ ତାରିଖରେ ଦଧିମାଛଗାଡ଼ିଆରେ ହତ୍ୟାକାଣ୍ଡ ପରେ ମନୋରଞ୍ଜନ ଫେରାର ହୋଇଯାଇଥିଲା। ତାକୁ ଧରିବାକୁ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ଅଭିଯୁକ୍ତ ଗିରଫ ହେବା ପରେ ଜଣାପଡିଛି ତା’ ନିକଟରୁ ଜବତ ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗର ସେ ବାଲେଶ୍ୱରରୁ ଆଣିଥିଲା। କେବଳ ବ୍ରାଉନସୁଗର ନୁହେଁ ଗୋଟିଏ ମାଉଜର, ଗୁଳି ଓ ବାଇକ୍ ମଧ୍ୟ ଜବତ କରାଯାଇଛି।

  ଭିଜିଲାନ୍ସ ଜାଲରେ ଜିଆରଏସ୍‌

ମତାମତ ଦିଅନ୍ତୁ ।