୩ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର : ଦୁର୍ନୀତି ଓ କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ତିନି ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଶୁକ୍ରବାର ପୋଲିସ ଡିଜି ବିଜୟ କୁମାର ଶର୍ମା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସବ୍‌ଇନ୍ସପେକ୍ଟର ବନମାଳି ନାୟକ, ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ବୀରବର ଲେଙ୍କା ଓ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର କିଶୋର କୁମାର ବାଗ୍‌ଙ୍କୁ କାର୍ଯ୍ୟ ସମାପନ ସମୟରେ ଦୁର୍ନୀତି, ଅନିୟମିତତା ଓ କ୍ଷମତାର ଅପବ୍ୟବହାରରେ ଲିପ୍ତ ଥିବା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି।

ମତାମତ ଦିଅନ୍ତୁ ।