୪ ଡକାୟତ ଗିରଫ, ଟଙ୍କା ଓ ମୋବାଇଲ ଜବତ

ଭୁବନେଶ୍ଵର : କୋରାପୁଟ ଜିଲ୍ଲାର ନାଉପୁଟ ଠାରୁ ୪ ଜଣ ଡକାୟତଙ୍କୁ ଜୟପୁର ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଜବତ ହୋଇଛି ୧୮ ହଜାର ନଗଦ ଟଙ୍କା ସମେତ ୪ଟି ମୋବାଇଲ ଫୋନ୍‌ ଓ ବାଇକ୍‌। ପୋଲିସ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ଢେପାଗୁଡ଼ାର ରୋହନ କୁଲଦୀପ, ରବି ହରିଜନ, ନବରଙ୍ଗପୁର ବିଜ୍ରାଗୁଡ଼ାର ଚନ୍ଦ୍ରଶେଖର ହରିଜନ ଓ ଢେପାଗୁଡ଼ାର ଅକ୍ଷୟ କୁମାର ସାଗର।

ମତାମତ ଦିଅନ୍ତୁ ।