୪ ଭାଇଙ୍କୁ ରାସ୍ତାରେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ଵର : ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅଞ୍ଚଳ ଭଣ୍ଡାରୀମାଳ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୪ ଭାଇଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ଦୁଇ ଭାଇ ଶକ୍ତିଭୂଷଣ କୁମରା ଓ ଅରବିନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭୂତି ଭୂଷଣ କୁମରା ଓ ସଂପର୍କୀୟ ଭାଇ ନନ୍ଦଲାଲ ଭୁଏ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ସୂଚନା ସୋମବାର ରାତିରେ ଏହି ୪ ଭାଇଙ୍କ ସହିତ ଗାଁର ଆଉ ଗୋଟିଏ ପରିବାରର ପାଟିତୁଣ୍ଡ ହୋଇଥିଲା। ସେହି ପରିବାରର ସଦସ୍ୟମାନେ ଏମାନଙ୍କୁ ମାରିବା ପାଇଁ ରାସ୍ତାରେ ଗୋଡ଼ାଇ ୪ଭାଇଙ୍କ ଗୋଡକୁ ଏକ କାଠ ଉପରେ ରଖି ହାଣି ଦେଇଥିଲେ। ଏଥିରେ ଶକ୍ତି ଓ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ବିଭୂତି ଓ ନନ୍ଦଲାଲ୍ ଗୁରୁତର ଆହତ ହୋଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଆହତଙ୍କୁ ବୁର୍ଲା ବଡ ମାଡିକାଲକୁ ପଠାଯାଇଛି।

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି। ଅନ୍ୟମାନଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି ବୋଲି ସମ୍ବଲପୁର ଏସ୍‌ପି କନଓ୍ୱର ବିଶାଲ ସିଂ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।