୫ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ: ସିଡିଏମ୍‌ଓ ନିଲମ୍ବିତ, ଜିଲାପାଳଙ୍କୁ କୈଫିୟତ ତଲବ

ଭୁବନେଶ୍ଵର : ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ପାଇଁ ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍।  ମେଡିକାଲ୍ ବୁଲିବା ସହ ରୋଗୀ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ରୋଗୀମାନଙ୍କୁ ଠିକ୍‌ ଭାବେ ଖାଦ୍ୟ ଦିଆ ନଯିବା ଓ ବିଭିନ୍ନ ପରୀକ୍ଷା ପାଇଁ ବାହାର ପାଥୋଲୋଜିକୁ ପଠାଯାଇଥିବା ରୋଗୀମାନେ ଅଭିଯୋଗ କରିଥିଲେ। ଏସବୁ କାରଣ ପାଇଁ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ନିଲମ୍ବିତ କରାଯାଇଥିବା ଆଲୋଚନା ହେଉଛି।

ମତାମତ ଦିଅନ୍ତୁ ।